The Topmost

“The eyes believe themselves, the ears believe other people.”

MAHESH BABU

ଥମୁନି ମହେଶ ବାବୁଙ୍କ ଅଡୁଆ: ଫ୍ୟାନ୍ସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ବଲିଉଡରେ ନିଜର ବିବୃତ୍ତି ପାଇଁ ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଆଜିକାଲି ସମ୍ବାଦରେ ଅଛନ୍ତି । ବାସ୍ତବରେ ମହେଶ ବାବୁ କହିଥିଲେ ଯେ ବଲିଉଡ ମୋତେ ମୋ ପାରିଶ୍ରମିକ ଦେଇପାରିବ ନାହିଁ । ତାଙ୍କର ଏହି ବିବୃତ୍ତି ପାଇଁ ସେ ପୁଣି ଥରେ ଟ୍ରୋଲର ଟାର୍ଗେଟରେ ଆସିଛନ୍ତି । ମହେଶ ବାବୁ ଗତ ବର୍ଷ ପାନ ମସାଲା ପାଇଁ ଏକ ବିଜ୍ଞାପନ କରିଥିଲେ । ଏହି ବିଜ୍ଞାପନ ବିଷୟରେ ଟ୍ରୋଲରମାନେ ତାଙ୍କୁ ଅପମାନିତ କରୁଛନ୍ତି । ବାସ୍ତବରେ, ଏକ ବଡ ପାନ୍‌ ମସାଲା ବ୍ରାଣ୍ଡର ବିଜ୍ଞାପନରେ ଟାଇଗର ଶ୍ରଫଙ୍କ ସହ ମହେଶ ବାବୁଙ୍କୁ ଦେଖିବାକୁ ମିଳିଥିଲା । ଏହି ବିଜ୍ଞାପନକୁ ଜଣେ ୟୁଜର୍ସ ସେୟାର କରି ଲେଖିଛନ୍ତି, ବଲିଉଡ ଆପଣଙ୍କୁ ପ୍ରାପ୍ୟ ଦେଇପାରିବ ନାହିଁ, କି;ୁ ପାନ ମସାଲା କମ୍ପାନୀ ଏହା କରିପାରିବ ।

କାରଣ ଆପଣ ତାରି ପାଇଁ ହିଁ ଯୋଗ୍ୟ । ତେବେ ମହେଶ ବାବୁଙ୍କୁ ଟ୍ରୋଲ କରାଯାଉଥିବା ଦେଖି ତାଙ୍କ ପ୍ରଶଂସକମାନେ ଆହତ ହୋଇଥିଲେ । ଏହାର ଜବାବରେ ଫ୍ୟାନମାନେ କହିଛନ୍ତି, ଆମର ହିରୋମାନେ ଅଣ୍ଡରୱାର୍ଲï ସହ ପାର୍ଟୀ କରନ୍ତି ନାହିଁ । ତେବେ ପ୍ରକୃତ କଥା ହେଲା ମହେଶ କହିଛନ୍ତି, ମୁଁ ଅନେକ ଥର ହିନ୍ଦୀ ଚଳଚ୍ଚିତ୍ର ପାଇଁ ଅଫର ପାଇଛି । କି;ୁ ମୁଁ ଭାବୁନାହିଁ ଯେ ସେମାନେ ମୋତେ ମୋ ପ୍ରକୃତ ପ୍ରାପ୍ୟ ଦେଇପାରିବେ । ମୁଁ ଦକ୍ଷିଣରେ ପାଇଥିବା ଷ୍ଟାରଡମ୍‌ ଏବଂ ସମ୍ମାନ ବହୁତ ବଡ ଅଟେ । ବାସ୍‌ ତାଙ୍କର ଏପରି କିଛି ମନ୍ତବ୍ୟ ପରେ ଲାଗିଛି ଖଣ୍ଡଯୁଦ୍ଧ । ଏହାକୁ ନେଇ ସେ ସ୍ପଷ୍ଟିକରଣ ମଧ୍ୟ ଦେଇ କହିଛନ୍ତି, ମୁଁ ସବୁ ଭାଷାକୁ ସମ୍ମାନ କରେ କିନ୍ତୁ ମୋର ସେପରି କିଛି ବି ଉଦ୍ଦେଶ୍ୟ ନଥିଲା କାହା ଭାବନାକୁ କଷ୍ଟ ଦେବା ପାଇଁ ।

https://thetopmost.in/?p=755

https://thetopmost.in/?p=2095

https://thetopmost.in/?p=1721