The Topmost

“The eyes believe themselves, the ears believe other people.”

ଥମିବାର ନା ନେଉନି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟ୍ବିଟର ଯୁଦ୍ଧ

ଥମିବାର ନା ନେଉନି ଦୁଇ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟର ଯୁଦ୍ଧ । ଯୋରଦାର ଚାଲିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ଟ୍ବିଟର ଯୁଦ୍ଧ । ଶନିବାର ଟ୍ବିଟ କରି ଆସାମ ଯିବା ପାଇଁ କେବେ ନିମନ୍ତ୍ରଣ କରୁଛନ୍ତି ବୋଲି ହିମନ୍ତ ବିଶ୍ୱ ଶର୍ମାଙ୍କୁ ପଚାରିଥିଲେ କେଜ୍ରିୱାଲ । ଯାହାର ଜବାବରେ ମୁଖ୍ୟମନ୍ତ୍ରୀ ଶର୍ମା ଆଜି ଟ୍ୱିଟ୍ କରି କହିଛନ୍ତି, ‘ଆଜି ଅରବିନ୍ଦ କେଜ୍ରିୱାଲଜୀ ଆସାମ ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ମୁଁ ଦୁଃଖିତ ଯେ ଆସାମର ଲୋକମାନେ ବନ୍ୟା ପରି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବାବେଳେ କେଜ୍ରିୱାଲଜୀଙ୍କ ଏପରି ଇଚ୍ଛା ଜାଗ୍ରତ ହୋଇନଥିଲା । ଏହାସହ ହିମନ୍ତ ବିଶ୍ୱ ଶର୍ମା ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ ‘ଆପଣ ଲଣ୍ଡନ ଏବଂ ପ୍ୟାରିସ ଭଳି ଦିଲ୍ଲୀ ତିଆରି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ । ମନେ ଅଛି ତ କେଜ୍ରିୱାଲଜୀ? ଏବେ ଦିଲ୍ଲୀକୁ ଲଣ୍ଡନ ଏବଂ ପ୍ୟାରିସ ଭଳି ନକରିପାରିବାରୁ ଆସାମ ଏବଂ ଉତ୍ତର ପୂର୍ବର ଛୋଟ ସହର ସହିତ ଦିଲ୍ଲୀକୁ ତୁଳନା କରିବା ଆରମ୍ଭ କରିଛନ୍ତି । ଯଦି ଦିଲ୍ଲୀ ଭଳି ସହର ବିଜେପି ହାତକୁ ଆସେ, ତେବେ ଦଳ ଏହାକୁ ବିଶ୍ୱର ସବୁଠାରୁ ସମୃଦ୍ଧ ସହରରେ ପରିଣତ କରିବ ।

SHARE BY