The Topmost

“The eyes believe themselves, the ears believe other people.”

ଥମିବନି ଋଷ-ୟୁକ୍ରେନ ଯୁଦ୍ଧ

ଥମିବନି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ନିଜର ସ୍ଥିତି ଜାହିର ଲାଗି ସଂଘର୍ଷ ଜାରି ରଖିଛି । ଋଷ ନିକଟରେ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ମୁଣ୍ଡ ନୁଆଁଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁରିଆଟିଆସ୍ଥିତ ଏକ ଆଭିଏସନ କାରଖାନାରେ ଉଦବୋଧନ ଦେଇ ପୁଟିନ କହିଛନ୍ତି-ଭୂରାଜନୈତିକ ଭୂମିକା ଦୃଷ୍ଟିରୁ ନୁହେଁ, ବରଂ ନିଜର ସ୍ଥିତି ଜାହିର କରିବା ଲାଗି ହିଁ ଋଷ ସଂଗ୍ରାମ କରୁଛି । ଋଷ ଯାହା କିଛି କରୁଛି ଦେଶର ଓ ଭବିଷ୍ୟ ପିଢି ଲାଗି ହିଁ କରୁଛି । ଋଷ ବିରୋଧରେ ଯୁଦ୍ଧ ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ପୁଟିନ । ପାଶ୍ଚାତ୍ୟ ରାଷ୍ଟ୍ରର ଅର୍ଥନୈତିକ କଟକଣା କାରଣରୁ ସେ ଚିନ୍ତିତ ଅଛନ୍ତି ବୋଲି କହିଛନ୍ତି । ଅର୍ଥନୈତିକ କଟକଣା ଜାରି କରିବା ପରେ ଋଷର କାରଖାନା ବନ୍ଦ ହୋଇଯିବା ସହ ବେକାରୀ ବଢିବ ଏବଂ ଅର୍ଥନୈତିକ ସଙ୍କଟ ଘନୀଭୂତ ହେବ ବୋଲି ଶତ୍ରୁରାଷ୍ଟ୍ରମାନେ ଆଶା କରୁଥିଲେ । ମାତ୍ର ତାହା ତାହା ଘଟିଲା ନାହିଁ ବୋଲି ସେ କହିଛନ୍ତି ।

SHARE BY