ଭାରତୀୟ ରେଳ ବିଭାଗର ବଡ ନିଷ୍ପତ୍ତି । ଦେଶର ସମସ୍ତ ରେଳ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ଦିଆଯିବାକୁ ଥିବା ତ୍ରିରଙ୍ଗା ପତାକା ବାବଦରେ ଅର୍ଥ ଅସୁଲ ହେବ । ଏନେଇ ରେଳ ବିଭାଗ ପକ୍ଷରୁ ପ୍ରତି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୮ ଟଙ୍କା ଲେଖାଏଁ ଆଦାୟ କରାଯିବ । ଏହାପରେ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ ଘରେ ଉଡାଇବା ପାଇଁ ଏକ ତ୍ରିରଙ୍ଗା ପତାକା ପ୍ରଦାନ କରାଯିବ । ସୂଚନା ଅନୁସାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଉତ୍ସବମୁଖର । ଏନେଇ କେନ୍ଦ୍ର ସରକାର ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ଚଳାଇଛନ୍ତି । ଏକ ନିର୍ଦ୍ଦିଷ୍ଟ କମ୍ପାନୀ ରେଳ ବିଭାଗକୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଜାତୀୟ ପତାକା ପ୍ରଦାନ କରାଯିବ । ଏହାକୁ ରେଳ ବିଭାଗ ତାର କର୍ମଚାରୀମାନଙ୍କୁ ବାଣ୍ଟିବ । ଏହି ପତାକାର ଦାମ ୩୮ ଟଙ୍କା ରଖାଯାଇଛି । ତେବେ ଏହାକୁ ରେଳ କର୍ମଚାରୀମାନେ ନଗଦ ଟଙ୍କା ଦେଇ କିଣିପାରିବେ ନାହିଁ । ଏହି ଟଙ୍କା ସେମାନଙ୍କ ଦରମାରୁ କଟାଯିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍