ତୋଶାଖାନା ମାମଲାକୁ ନେଇ ଅଡୁଆରେ ଇମ୍ରାନ ଖାନ । ଏହାକୁ ନେଇ ଏବେ ପାକିସ୍ତାନର ରାଜନୀତି ସରଗରମ ରହିଛି । ହଟ୍ଟଗୋଳ, ଗୁଳିଚାଳନା ଓ ହିଂସାକୁ ନେଇ ବାରମ୍ବାର ଖବର ଆସୁଛି । ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘକୁ ନେଇ ଇମ୍ରାନ ଖାନଙ୍କ ସହ ଯୋଡିଛନ୍ତି । ଶାହବାଜ ଶରିଫ ଏକ ଟ୍ୱିଟ୍ କରି ଲେଖିଛନ୍ତି କି, କିଛିଦିନ ହେବ ଇମ୍ରାନ ଖାନଙ୍କ ଫାସିବାଦୀ ଓ ଉଗ୍ରବାଦୀ ପ୍ରବୃତ୍ତି ଉଜାଗର ହୋଇଛି । ସମର୍ଥକଙ୍କୁ ଢାଲ କରି ପୋଲିସ ଉପରେ ପେଟ୍ରୋଲ ବୋମା ପାକାଇବା ସହ ନ୍ୟାୟପାଳିକାକୁ ଭୟଭିତ କରିବାକୁ ଚେଷ୍ଟା କରୁଛନ୍ତି ଇମ୍ରାନ ଖାନ । ]
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ