ସବୁଦିନ ପାଇଁ ବନ୍ଦ ହେଲା ବିଏମସିର ଦାରୁଠେଙ୍ଗ ଡମ୍ପିଂୟାର୍ଡ । ଭୁବନେଶ୍ୱରରୁ ଆଉ ସହର ବାହାରକୁ ଯିବନି ଅଳିଆ । ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଅବଗତ କରାଇଛି ଭୁବନେଶ୍ବର ମହାନଗର ନିଗମ । ମେ ଶେଷ ସୁଦ୍ଧା ଡମ୍ପିୟାର୍ଡ ବନ୍ଦ ପାଇଁ ବିଏମସିକୁ ମହଲତ ମିଳିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ଡମ୍ପିଂୟାର୍ଡ ବନ୍ଦ କରିଛି ବିଏମସି । ଡମ୍ପିଂୟାର୍ଡ ବନ୍ଦ ନିଷ୍ପତ୍ତି ପରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି । ବିଏମସି ପକ୍ଷରୁ ଭୁବନେଶ୍ୱରରେ MCC ଓ MRF ପ୍ରତିଷ୍ଠା କରାଯାଇଥିବା ବେଳେ ଏଣିକି ସହରର ଅଳିଆ ସହର ଭିତରେ ପ୍ରକ୍ରିୟାକରଣ କରାଯିବ । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା