ଆଫଗାନିସ୍ତାନରେ ତାଲିବାନ ଶାସନକୁ ଏକ ବର୍ଷ ପୁରିଛି । ଏନେଇ ତାଲିବାନୀ ମାନେ ପୂର୍ତ୍ତି ଉତ୍ସବ ସୋମବାର ଦିନ ପାଳନ କରିଛନ୍ତି । ଅଗଷ୍ଟ ୧୫ ତାରିଖ ୨୦୨୧ରେ ତାଲିବାନମାନେ ଆଫଗାନିସ୍ତାନର ଶାସନ ଡୋରି ଧରିଥିଲେ । ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନମାନେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲେ । ଏହି ଅବସରରେ ରାଜଧାନୀ କାବୁଲର ଭାରତୀୟ ଦୂତାବାସ ନିକଟରେ ଥିବା ଗ୍ରୀନ ଜୋନର ରାଜ୍ୟ ମେଡିଆ ଅଡିଟୋରିଅମରେ ଏହି ବିଜୟ ଉତ୍ସବ ପାଳନ ହୋଇଥିଲା । ତେବେ ଏଥିରେ କେତେକ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା । ଏହାସହ କେତେକ ସାଧାରଣ ନାଗରିକ ଯୋଗ ଦେଇଥିବାବେଳେ କୌଣସି ମହିଳାଙ୍କୁ ଦେଖିବାକୁ ମିଳିନଥିଲା । କିନ୍ତୁ କେତେକ ତାଲିବାନ ନେତା ଏକ ଟ୍ରକରେ ବନ୍ଧୁକ ସହ ତାଲିବାନୀ ପତାକା ଧରି କାବୁଲ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ