ଆଜି ତଦନ୍ତକାରୀ କମିଟି ନିକଟରେ ହାଜର ହେବେ ବ୍ରିଜ ଭୂଷଣ ଶରଣ ସିଂ । ଯୌନ କେଳେଙ୍କାରୀ ବିବାଦରେ ଫସିଥିବା ବ୍ରିଜଭୂଷଣଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଜୋରଦାର ବିକ୍ଷୋଭ ହେବା ପରେ ଗଠିତ ହୋଇଥିଲା କମିଟି । ସ୍ପୋର୍ଟସ୍ ଅଥରିଟି ଅଫ ଇଣ୍ଡିଆ କାର୍ଯ୍ୟାଳୟରେ ଉପସ୍ଥିତ ରହି ସେ ନିଜର ବୟାନ ରଖିବେ ବୋଲି ସୂଚନା ମିଳିଛି । ଜେରାବେଳେ ପୂର୍ବତନ ରେସଲର ବବିତା ଫୋଗାଟ ମଧ୍ୟ ଉପସ୍ଥିତ ରହିପାରନ୍ତି । ଗତମାସରେ ଦିଲ୍ଲୀ ଯନ୍ତରମନ୍ତରରେ ଯୌନ କେଳେଙ୍କାରୀ ଓ ଅର୍ଥ ତୋଷରପାତ ଅଭିଯୋଗ କ୍ରମେ ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟଙ୍କ ନେତୃତ୍ବରେ ହୋଇଥିଲା ବିକ୍ଷୋଭ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍