The Topmost

“The eyes believe themselves, the ears believe other people.”

ଡ୍ରଗ୍ସ ମାମଲାରେ ଫସିଲେ ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର

() ଡ୍ରଗ୍ସ ମାମଲାରେ ପୁଣି ଜଣେ ତାରକାଙ୍କ ପୁଅ । ଏଥର ଫସିଛନ୍ତି ବଲିଉଡ୍ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର । ତେବେ ଡ୍ରଗ୍ସ ନେବା ମାମଲାରେ ସିଦ୍ଧାନ୍ତଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁ ପୋଲିସ ଏମଜି ରୋଡ ସ୍ଥିତ ଏକ ୫ ତାରକା ବିଶିଷ୍ଟ ହୋଟେଲରେ ଚଢାଉ କରିଥିଲା । ଯେଉଁଠି ଚାଲିଥିଲା ଡ୍ରଗ୍ସ ପାର୍ଟି । ପାର୍ଟିରେ ସାମିଲ ଥିବା ୩୫ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ସିଦ୍ଧାନ୍ତ କପୁରଙ୍କ ସମେତ ୫ଜଣ ରିପୋର୍ଟ ପଜିଟିଭ୍ ଆସିଛି । ଏ ସମସ୍ତଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଥିବାବେଳେ ଘଟଣା ବିଷୟରେ କୌଣସି ଧାରଣା ନଥିବା କହିଛନ୍ତି ଶକ୍ତି କପୁର ।