The Topmost

“The eyes believe themselves, the ears believe other people.”

ଡିସେମ୍ବର ୧ ଓ ୫ରେ ଗୁଜୁରାଟ ଭୋଟ୍

ଘୋଷଣା ହେଲା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ । ଡିସେମ୍ବର ୧ ଓ ୫ରେ ମତଦାନ ସାବ୍ୟସ୍ତ କରିବେ ଗୁଜୁରାଟବାସୀ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ଭୋଟିଂ ହେବ । ଆସନ୍ତା ୨୦୨୩ ଫେବୃଆରୀ ୧୮ ତାରିଖ ଯାଏଁ ଗୁଜୁରାଟ ବିଧାନସଭା କାର୍ଯ୍ୟକାଳ ରହିଛି । ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସର୍ବାଧିକ ୧୧୧ ବିଧାୟକ ରହିଛନ୍ତି । ସେହିପରି କଂଗ୍ରେସର ୬୨ ବିଧାୟକ ଥିବାବେଳେ ବିଟିପିର ୨, ଏନସିପିର ୧, ସ୍ବାଧୀନ ଜଣେ ବିଧାୟକ ରହିଛନ୍ତି । ଖାଲିପଡିଛି ୫ ଆସନ । ଗତ ୨୦୧୭ ଡିସେମ୍ବର ୯ ଓ ୧୪ ତାରିଖରେ ହୋଇଥିଲା ନିର୍ବାଚନ ।