The Topmost

“The eyes believe themselves, the ears believe other people.”

ଡିଜିସିଏର କଡା ନିର୍ଦ୍ଦେଶର ପ୍ରଭାବ; ସମସ୍ତ ଷ୍ଟେସନରେ ନିୟୋଜିତ ହେଲେ ଯୋଗ୍ୟ ଇଞ୍ଜିନିୟର

ଡିଜିସିଏର କଡା ନିର୍ଦ୍ଦେଶର ପ୍ରଭାବ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ଏୟାରଲାଇନ୍ସ ନିଜର ସମସ୍ତ ଷ୍ଟେସନରେ ଯୋଗ୍ୟ ଇଞ୍ଜିନିୟରଙ୍କୁ ନିୟୋଜିତ କରିଛି । ନିକଟରେ ବିମାନ ଗୁଡିକରେ ଯାନ୍ତ୍ରିକ ତ୍ରୁଟିର ଘଟଣା ବଢିବା ପରେ ଏପରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜୁଲାଇ ୧୮ରେ ଡିଜିସିଏ ତଦନ୍ତ କରି କହିଥିଲା, ବିଭିନ୍ନ ବିମାନ କମ୍ପାନିର ଅପର୍ଯ୍ୟାପ୍ତ ଏବଂ ଅଯୋଗ୍ୟ ଇଞ୍ଜିନିୟର କର୍ମୀ ବିମାନର ପ୍ରସ୍ଥାନ ପୂର୍ବରୁ ସେଗୁଡିକୁ ଯାଞ୍ଚ କରି ମଞ୍ଜୁରୀ ଦେଉଥିଲେ । ଗତ ୪୫ ଦିନରେ ଭାରତୀୟ କମ୍ପାନି ଦ୍ୱାରା ପରିଚାଳିତ ବିମାନ ଗୁଡିକରେ ଯାନ୍ତ୍ରିକ ତ୍ରୁଟିର ଅନେକ ଘଟଣା ସାମ୍ନାକୁ ଆସିଥିଲା । ଏହାସହ ଜୁଲାଇ ୧୮ରେ ଡିଜିସିଏ ବିମାନ କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦେଇ ୧୦ ଦିନ ମଧ୍ୟରେ ଯୋଗ୍ୟ ଇଞ୍ଜିନିୟରଙ୍କୁ ନିୟୋଜିତ କରିବାକୁ କହିଥିଲା ।