DN ଗ୍ରୁପରେ ଆୟକର ରେଡ ମାମଲା । ତୃତୀୟ ଦିନରେ ଛାନଭିନ ଜାରି ରଖିଛି ଆୟକର ବିଭାଗ । ନୟାପଲ୍ଲୀ ସ୍ଥିତ ମୁଖ୍ୟ ଅଫିସ ସମେତ ଵିଭିନ୍ନ ସ୍ଥାନରେ ଚଢ଼ାଉ ସହ ଜବତ କାଗଜପତ୍ରର ଯାଞ୍ଚ ଚାଲିଛି । ସଂସ୍ଥାର କିଛି ଅଧିକାରୀଙ୍କୁ ଅଫିସରେ ପଚରାଉଚରା ଚାଲିଛି । ସଂସ୍ଥା କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍ । ଗତକାଲି ଜଗଦୀଶ ନାୟକ ଓ ଆସୋସିଏଟଙ୍କ ଘରେ ରେଡ୍ ହୋଇଥିଲା । ୧୧କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି । ଡିଏନ ହୋମସ ସଂସ୍ଥାର ୨୨ଟି ସ୍ଥାନରେ ମାରାଥନ ରେଡ୍ ହୋଇଛି । କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା। ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି । ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି । ଘଟଣାର ଖୁବଶୀଘ୍ର ତଦନ୍ତ କରିବ ଇଡି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍