The Topmost

“The eyes believe themselves, the ears believe other people.”

ଡାକ୍ତରମାନଙ୍କୁ ଡିସିଜିଆଇର ପରାମର୍ଶ

ଦେଶରେ ଜାରି ରହିଛି ଫେକ୍ ମେଡିସିନର ରାଜ୍ । ଯକୃତ ଓ କର୍କଟ ରୋଗ ଚିକିତ୍ସାରେ ବ୍ୟବହୃତ ହେଉଛି ନକଲି ଔଷଧ । ଏନେଇ ସତର୍କ କରାଇଛନ୍ତି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ । ଯକୃତ ରୋଗରେ ବ୍ୟବହୃତ ‘ଡିଫିଟେଲିୟୋ’ଏବଂ କର୍କଟ ଟିକା ଏଡସେଟ୍ରିସର ନକଲି ଔଷଧ ମିଳୁଛି । ଏହି ଔଷଧ ଉପରେ ନଜର ରଖିବା ପାଇଁ ଡିସିଜିଆଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଔଷଧ ଲେଖିବା ସମୟରେ ସାବଧାନ ରହିବା ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଔଷଧଗୁଡିକୁ ନେଇ ଚେତାବନୀ ଜାରି କରିଥିଲା । ଏହାପରେ ଗତ ୫ ତାରିଖରେ ଭାରତ ସହିତ ୪ଟି ଦେଶରେ ଏଡସେଟ୍ରିସ ଇଞ୍ଜେକ୍ସନର ୫୦ ମିଲିଗ୍ରାମର ଅନେକ ନକଲି ଔଷଧ ରହିଛି ବୋଲି ଡିସିଜିଆଇ କହିଥିଲା । ଭାରତରେ ଟେକେଡା ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଲିମିଟେଡ ଏଡସେଟ୍ରିସ ଇଞ୍ଜେକ୍ସନ ପ୍ରସ୍ତୁତ କରୁଛି। ଅନଲାଇନରେ ଏହାର ଯୋଗାଣ ହେଉଥିବାବେଳେ, ଏହି ଔଷଧର ଅତିକମରେ ୮ଟି ଅଲଗା ଅଲଗା ନକଲି ଭର୍ସନ ଥିବା କୁହାଯାଇଛି । ଯାହାକୁ ସିଧାସଳଖ ରୋଗୀଙ୍କ ନିକଟକୁ ପଠାଇ ଦିଆଯାଉଛି ।