ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା । ଡାକ୍ତର ଅନାହିତା ପାଣ୍ଡୋଲେଙ୍କ ବିରୋଧରେ ରୁଜୁ ହେଲା ମାମଲା । ପାଲଘର ପୁଲିସ ପକ୍ଷରୁ କାରର ଡାଟା ଚିପକୁ ଅନୁଧ୍ୟାନ କରିବା ସହ ମର୍ସିଡିଜ-ବେଞ୍ଜର ଚୂଡ଼ାନ୍ତ ରିପୋର୍ଟ ଏବଂ ପାଣ୍ଡୋଲେଙ୍କ ସ୍ୱାମୀ ଡାରିଅସ ପାଣ୍ଡୋଲେଙ୍କ ବୟାନ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଦୁର୍ଘଟଣା ବେଳେ କାରର ଡ୍ରାଇଭିଂ ସିଟରେ ବସିଥିଲେ ଡାକ୍ତର ଅନାହିତା ପାଣ୍ଡୋଲେ । ସେପ୍ଟେମ୍ବର ମାସରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ସାଇରସଙ୍କ କାର ଦୁର୍ଘଟଣା ହୋଇଥିଲା । ଘଟଣାର ଦୁଇ ମାସ ପରେ ପୁଲିସ ମାମଲା ରୁଜୁ କରିଛି । ଡାକ୍ତର ଅନାହିତା ହେଉଛନ୍ତି ମୁମ୍ବାଇର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ