The Topmost

“The eyes believe themselves, the ears believe other people.”

ଡରାଇଲାଣି ମଙ୍କିପକ୍ସ ଭୂତାଣୁ: ସିଧା ହସପିଟାଲ୍ ଯିବେ ଆକ୍ରାନ୍ତ

ଦେଶରେ ମଙ୍କିପକ୍ସ ଆତଙ୍କ ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ନେଇ ସଚେତନତା କଡ଼ାକଡ଼ି କରାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏବଂ ଯେଉଁମାନଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଥିବ ସେମାନଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ସିଧା ଲୋକ ନାୟକ ଜୟ ପ୍ରକାଶ ବା ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌କୁ ପଠାଯିବ । ଯେଉଁ ଯାତ୍ରୀଙ୍କ ଶରୀରରେ ଜ୍ବର ଓ ଗଣ୍ଠି ଯନ୍ତ୍ରଣା ଦେଖାଯିବ ସେମାନଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ତୁରନ୍ତ ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌ ପଠାଇଯାଇ ସ୍ବାସ୍ଥ୍ୟ ଯାଞ୍ଚ୍‌ କରାଯିବ ବୋଲି ସୂଚନା ମିଳିଛି । ମଙ୍କିପକ୍ସ ଆକ୍ରାନ୍ତମାନଙ୍କ ଚିକିତ୍ସା କରିବା ପାଇଁ ଦିଲ୍ଳୀର ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌ରେ ଏକ ସ୍ବତନ୍ତ୍ର ୨୦ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି । ମଙ୍କିପକ୍ସ ଲକ୍ଷଣ ଥିବା ଯାତ୍ରୀମାନଙ୍କ ନମୁନାକୁ ପୁନେର ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯିବ ଜିଲ୍ଲା ପ୍ରଶାସନ ସେମାନଙ୍କ ପରିବାର ଓ ସେମାନଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିବି‌ଶେଷଙ୍କ କଣ୍ଟାକ୍ଟ ଟ୍ରେସିଂ କରିବେ ।