The Topmost

“The eyes believe themselves, the ears believe other people.”

ଟ୍ରେନ ଦୁର୍ଘଟଣାରେ ତାମିଲନାଡୁ ସରକାରଙ୍କ ସହାୟତା

ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିକ୍ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଭିଡିଓ କନଫରେନ୍ସିଙ୍ଗରେ ଆଲୋଚନା କରି ସ୍ଥିତି ବାବଦରେ ତଥ୍ୟ ନେଇଥିଲେ ଏବଂ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଥିଲେ । ଏହାସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ମଧ୍ୟ ରେଳ ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ, ଆହତ ଲୋକଙ୍କ ଉଦ୍ଧାର ଓ ଚିକିତ୍ସା ପାଇଁ ସବୁପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।