କରମଣ୍ଡଳ ଟ୍ରେନ ଦୁର୍ଘଟଣା ନେଇ ପ୍ରେସମିଟ୍ କରିଛନ୍ତି ରେଲୱେ ବୋର୍ଡ । ଦୁର୍ଘଟଣାର କାରଣ ଦର୍ଶାଇଛନ୍ତି ବୋର୍ଡ ସଦସ୍ୟା ଜୟା ବର୍ମାସିହ୍ନା । ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସ୍ ମାଲବାହୀ ସହ ଧକ୍କା ହୋଇଥିଲା । ଲୁପ୍ ଲାଇନରେ ୨ଟି ମାଲବାହୀ ଗାଡି ଛିଡା ହୋଇଥିଲା । କରମଣ୍ଡଳ ବଗି ଅନ୍ୟ ଟ୍ରାକରେ ଯାଇ ପଡିଥିଲା । ୧୨୮ କିଲୋମିଟର ବେଗରେ ଯାଉଥିଲା କରମଣ୍ଡଳ । ଦୁଇଟିଯାକ ଟ୍ରେନ ପାଇଁ ଗ୍ରୀନ ସିଗନାଲ ଥିଲା । ଅନ୍ୟପଟେ ୧୨୬ କିଲୋମିଟର ବେଗରେ ଯାଉଥିବା ଯଶୱନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳର ବିକ୍ଷିପ୍ତ ବଗି ସହ ବାଡେଇ ହୋଇ ଲାଇନଚ୍ୟୁତ ହୋଇଥିଲା । ଫଳରେ ଯଶୱନ୍ତପୁରୀ ଏକ୍ସପ୍ରେସର ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଇଥିଲା । ୨୦ ମିନିଟ ଭିତରେ ପହଞ୍ଚିଥିଳେ ଉଦ୍ଧାରକାରୀ ଦଳ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା କରିଛି ରେଲୱେ ବୋର୍ଡ ।
More Stories
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ
ସୁଭଦ୍ରା ପୋର୍ଟାଲରେ ବାହାରିଲା ଅଯୋଗ୍ୟ ଲିଷ୍ଟ, କିଏ ଦେଇଛି ବାଦ୍
ବାତ୍ୟା ବାଲେଶ୍ବରରେ କରିପାରେ ଲ୍ୟାଣ୍ଡଫଲ୍, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା