ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ଦୁର୍ଘଟଣା । କରେଣ୍ଟ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛିଦିନ ହେବ ଚମୋଲିରେ ବନ୍ୟା ଓ ବର୍ଷାର ତାଣ୍ଡବ ଲାଗି ରହିଛି । ବୁଧବାର ଦିନ ଜିଲ୍ଲାରେ ଅଳକାନନ୍ଦା ନଦୀ ତଟରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟିବା ଯୋଗୁଁ କରେଣ୍ଟ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଚମୋଲି ଏସପି ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡର ଚମୋଲି, ହରିଦ୍ୱାର, ରୁଦ୍ରପ୍ରୟାଗ ସମେତ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ।ଚମୋଲି ଏସପି ପରମେନ୍ଦ୍ର ଦୋବଲ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଟ୍ରାନ୍ସଫର୍ମର ଫାଟିବା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ