ବେଆଇନ ଟେରର ଫଣ୍ଡିଂ ମାମଲାରେ ପୁଣି ଏନଆଇଏର ଛାପା । ଏକକାଳୀନ ୧୫ଟି ସ୍ଥାନରେ ରେଡ୍ କରୁଛି ଏନଆଇଏ । ଜମ୍ମୁ କାଶ୍ମୀର ସୋପିଆନର ୩ଟି ସ୍ଥାନ, ଅନନ୍ତନାଗର ୪ଟି, ବଡ଼ଗାମର ୨ଟି, ବାରାମୁଲ୍ଲାର ଗୋଟିଏ, ଶ୍ରୀନଗରର ୨ଟି, ପୁଞ୍ଚର ୨ଟି ଓ ରଜୌରୀର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ । ପାକିସ୍ଥାନ ସମର୍ଥିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଏନଆଇଏ ଚଢାଉ କରୁଛି । ଏପର୍ଯ୍ୟନ୍ତ କାହାକୁ ଅଟକ ରଖାଯାଇ ନାହିଁ । ଏହା ପୂର୍ବରୁ ମେ ୨ରେ ଜମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ଏନଆଇଏ ଚଢାଉ କରିଥିଲା । ଆତଙ୍କବାଦୀ ଗତିବିଧି ଓ ଅପରାଧିକ ଷଡଯନ୍ତ୍ର ବିଷୟରେ ଖବର ପାଇ NIA ଚଢାଉ ଜାରି ରଖିଛି । ସେହିପରି ତାମିଲନାଡୁରେ ବି NIA ରେଡ୍ କରୁଛି । ୧୦ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନଆଇଏ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ