ଆପ୍ ନେତାଙ୍କ ହାଇ ଭୋଲଟେଜ୍ ଡ୍ରାମା । ଏମସିଡି ଇଲେକ୍ସନ ପାଇଁ ଟିକେଟ ନମିଳିବାରୁ ଟାଓ୍ବାର ଉପରେ ଚଢ଼ିଗଲେ । ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଟିକେଟ ଘୋଷଣା ପରେ ଏଭଳି ପ୍ରତିବାଦ କରିଛନ୍ତି ପୂର୍ବତନ କାଉନସିଲର ହସିବ ଉଲ ହୁସେନ । ତାଙ୍କ କହିବା କଥା ଦଳୀୟ ନେତା ତାଙ୍କୁ ଧୋକ୍କା ଦେଇଛନ୍ତି । ଶେଷ ମୁହୁର୍ତ୍ତରେ ତାଙ୍କ ଟିକେଟ କଟାଯାଇ ଅନ୍ୟଜଣଙ୍କୁ ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହୁସେନଙ୍କୁ ବୁଝାଶୁଝା କରିଛି । ଡିସେମ୍ବର ୪ରେ ହେବାକୁ ଥିବା ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୨୫୦ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ