ବିଶ୍ୱର ୧୦ ସବୁଠୁ ଧନୀ କୋଟିପତିଙ୍କ ମଧ୍ୟରେ ଭାରତର ଦବଦବା ସମାପ୍ତ । ସର୍ଟ ସେଲର ହିଣ୍ଡେନବର୍ଗର ରିପୋର୍ଟ ପରେ ଗୌତମ ଆଦାନୀ ଧନୀ ବ୍ୟକ୍ତିଙ୍କ ସୂଚୀରୁ ଲଗାତାର ତଳକୁ ତଳ ଖସିବାରେ ଲାଗିଛନ୍ତି । ସେହିପରି ଶୀର୍ଷ-୧୦ରେ ସାମିଲ ଦ୍ୱିତୀୟ ଭାରତୀୟ ମୁକେଶ ଅମ୍ବାନୀ ମଧ୍ୟ ଏହି ସୂଚୀରୁ ବାଦ୍ ପଡ଼ିଛନ୍ତି । ଅମ୍ବାନୀ ଏବଂ ଆଦାନୀ ଉଭୟଙ୍କ ନେଟୱର୍ଥରେ ସୋମବାର ମଧ୍ୟ ହ୍ରାସ ଦେଖା ଦେଇଛି । ସୋମବାର ଅପରାହ୍ନ ସୁଦ୍ଧା ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ୬୮.୮ କୋଟି ଡଲାରର ହ୍ରାସ ରେକର୍ଡ ହୋଇଛି । ସେହିପରି ଗୌତମ ଆଦାନୀଙ୍କ ନେଟ ୱର୍ଥରେ ୨.୭ ଆରବ ଡଲାରର ହ୍ରାସ ହୋଇଛି । ଗୌତମ ଆଦାନୀ ବର୍ତ୍ତମାନ ଧନୀଙ୍କ ସୂଚୀରେ ୧୯ତମ ସ୍ଥାନକୁ ଖସି ଆସିଛନ୍ତି । ସେହିପରି ରିଲାଏନ୍ସ ଗ୍ରୁପ ମୁଖିଆ ମୁକେଶ ଅମ୍ବାନୀ ୧୨ତମ ସ୍ଥାନରେ ରହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ