The Topmost

“The eyes believe themselves, the ears believe other people.”

ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟଯାତ୍ରା

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ତୃତୀୟ ଦିନ । ଏହି ପରିପ୍ରେକ୍ଷୀରେ ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ । ପ୍ରାୟ ଦୁଇ କିଲୋମିଟର ଯାତ୍ରା ପରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ ନେବେ । ଏହା ପରେ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରିଯିବେ । ଲୋକସଭାରେ ପ୍ରଧାନମନ୍ତ୍ରୀ ରଖିଥିବା ଅଭିଭାଷଣ ଉପରେ ନିଜର ମତ ରଖିବେ ରାହୁଲ ଗାନ୍ଧୀ । ସେଥିପାଇଁ ଝାରସୁଗୁଡାରେ କାର୍ଯ୍ୟକ୍ରମ ଶୀଘ୍ର ସରିଯିବ ବୋଲି ସୂଚନା ମିଳିଛି । ତେବେ ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ରାହୁଲ ଗାନ୍ଧୀ ଗତକାଲି ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

SHARE BY