ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ । ଚଳିତ ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଲା ବିଜେଡି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୬୧୯ ଭୋଟରେ ହରାଇଲେ ଦୀପାଳି ଦାସ । ଆଜି ଗଣତି ଆରମ୍ଭରୁ ସମସ୍ତ ରାଉଣ୍ଡରେ ଆଗରେ ରହିଥିଲା ବିଜେଡି । ୧୯ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୮୪ ଖଣ୍ଡ ଭୋଟ୍ ପାଇଥିଲେ । ସେହିପରି କଂଗ୍ରେସ ଖାତାକୁ ଯାଇଛି ୪ ହଜାର ୪୭୩ ଖଣ୍ଡ ଭୋଟ୍ । ୨୦୧୯ ନିର୍ବାଚନ ତୁଳନାରେ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛି ବିଜୁ ଜନତା ଦଳ ।
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ