ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର । ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ୩ ଦିନ । ଶେଷ ମୁହୂର୍ତ୍ତରେ ଜନତାଙ୍କ ମନ ଜିତିବାକୁ ଉଦ୍ୟମ କରୁଛନ୍ତି ସବୁ ଦଳ । ବିଭିନ୍ନ ସ୍ଥାନରେ ସମାବେଶ ସହିତ ଗାଁରୁ ଗାଁକୁ ବୁଲି ପ୍ରଚାର କରୁଛି ବିଜେଡି । ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହିତ ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଆଜି ଝାରସୁଗୁଡ଼ା ବ୍ଳକର ବିଭିନ୍ନ ଅଞ୍ଚଳରେ ଦୀପାଳି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରବିବାରରେ ଝାରସୁଗୁଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଏଥିପାଇଁ ଅମିଲିପାଲି ପଡ଼ିଆରେ ବିରାଟ ସମାବେଶ ଆୟୋଜନ କରାଯାଉଛି । ନବୀନଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ସମସ୍ତେ ବେଶ୍ ଉତ୍ସାହୀ ଅଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା