ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବର୍ଷକ ଭିତରେ ପଦମପୁର ଜିଲ୍ଲା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦିନିକିଆ ପଦମପୁର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମିଶନ ଶକ୍ତି ଅନ୍ତର୍ଗତରେ ମହିଳାଙ୍କ କାମକୁ ନେଇ ସେ ବେଶ ଖୁସି ଅଛନ୍ତି । ମିଶନ ଶକ୍ତିର ମା’ ମାନଙ୍କୁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ଦେବା କଥା ମଧ୍ୟ ଘୋଷଣା କରିଥିଲେ । ଏହି ଟଙ୍କାକୁ ବ୍ୟବହାର କରି ମା’ ମାନେ ଉଦ୍ୟୋଗୀ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଲୋକଙ୍କ ସ୍ନେହଶ୍ରଦ୍ଧା ତାଙ୍କୁ ଅଭିଭୂତ କରିଛି ବୋଲି ମଧ୍ୟ ସେ କହିଥିଲେ । ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ତାଙ୍କ ସରକାର ଗ୍ରହଣ କରିଛନ୍ତି । ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ପଦମପୁରରେ ବିଭିନ୍ନ ବିକାଶମୁଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା