ସୋରେନଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା । ଦିଲ୍ଲୀ ଗସ୍ତରେ ରାଜ୍ୟପାଳ ରମେଶ ବୈସ । ଏବେ ବି ଜାରି ରହିଛି ଝାଡଖଣ୍ଡ ସଙ୍କଟ । ଏହାରି ଭିତରେ ଶୁକ୍ରବାର ଦିନ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟପାଳ ରମେଶ ବୈସ । ଶାସକ ୟୁପିଏ ମେଣ୍ଟର ଏକ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟିଥିଲେ । ରାଜଭବନରୁ ନୋଟିସ୍ ଲିକ୍ ନେଇ ସସ୍ପେନ୍ସ ଜାରି ରହି ଥିବାବେଳେ ଏହା ସ୍ପଷ୍ଟ କରିବାପାଇଁ ୟୁପିଏ ମେଣ୍ଟର ପ୍ରତିନିଧି ଦଳ ଗତକାଲି ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ତେବେ ଏନେଇ କିଛି ସ୍ପଷ୍ଟ ହୋଇ ନଥିବାବେଳେ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆଗ୍ରହ ବଢ଼ିଛି । ସେପଟେ ଘୋଡ଼ାବେପାର ଭୟରେ ଶୁକ୍ରବାର ଆଉ ୨ ମନ୍ତ୍ରୀଙ୍କୁ ରାୟପୁର ରିସୋର୍ଟକୁ ପଠାଇ ଦିଆଯାଇଛି । ଏହାଭିତରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ୩୨ ମାସ କ୍ଷମତାରେ ରହିଥିଲେ ବି ସୋରେନ କିଛି କାମ କରିନାହାନ୍ତି । ବରଂ କ୍ଷମତାର ଅନୈତିକ ଫାଇଦା ଉଠାଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ