The Topmost

“The eyes believe themselves, the ears believe other people.”

‘ଜୟ ଶ୍ରୀରାମ ଫିଲୋସଫି’ ବୁଝାଇଲେ ରାହୁଲ

ଆରଏସଏସ ଓ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦଙ୍କ ମୁହଁରେ ‘ଜୟ ଶ୍ରୀରାମ’ । ଭାରତ ଯୋଡ଼ ଯାତ୍ରାରେ ‘ଜୟ ଶ୍ରୀରାମ ଫିଲୋସଫି’ ବୁଝାଇଲେ ରାହୁଲ । ମଧ୍ୟପ୍ରଦେଶର ମାଲଓ୍ବା ଜିଲ୍ଲାରେ ରାମଙ୍କର ୩ ମହାମନ୍ତ୍ରର ଅର୍ଥ ବୁଝାଇଛନ୍ତି । ଏହା ସହିତ ଆରଏସଏସ ଓ ବିଜେପି ଉପରେ ବର୍ଷିଛନ୍ତି । ମାଲଓ୍ବା ଜିଲ୍ଲାରେ ଆୟୋଜିତ ସଭାରେ ଆରଏସଏସ ଓ ବିଜେପି ଉପରେ ବର୍ଷିବା ସହିତ ‘ଜୟ ଶ୍ରୀରାମ ଫିଲୋସଫି’ ବୁଝାଇଛନ୍ତି ରାହୁଲ । ବିଜେପି ସଦସ୍ୟ ଜୟ ସିୟାରାମ ଓ ଜୟ ସୀତାରାମ କୁହାନ୍ତି ନାହିଁ, କାରଣ ତାଙ୍କ ସଂଗଠନରେ ମହିଳା ନାହାନ୍ତି ବୋଲି କହି ଜୋରଦାର ଟାର୍ଗେଟ୍ କରିଛନ୍ତି ରାହୁଲ ।