The Topmost

“The eyes believe themselves, the ears believe other people.”

ଜ୍ଞାନବାପି ମସଜିଦରେ ସର୍ଭେ ଆରମ୍ଭ କଲା ASI

ଆଜିଠାରୁ ଜ୍ଞାନବାପି ମସଜିଦରେ ସର୍ଭେ କାର୍ଯ୍ୟ ଆରମ୍ଭ କରିବ ASI । ଏକ ମନ୍ଦିର ଉପରେ ମସଜିଦ ନିର୍ମିତ ହୋଇଛି କି ନାହିଁ ତାହା ଉପରେ ସର୍ଭେ କରିବ ଏଏସଆଇ । ଜ୍ଞାନବାପି ମସଜିଦରେ ସର୍ଭେ ଜାରି ରହିବ ବୋଲି ଗ୍ରୀନ ସିଗନାଲ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ମୁସଲିମ ପକ୍ଷ ପିଟିସନ ଖାରଜ କରିବା ସହ ଜିଲ୍ଲା କୋର୍ଟଙ୍କ ଫଇସଲାକୁ ହାଇକୋର୍ଟ କାଏମ ରଖିଥିଲେ । ଏଏସଆଇର ସର୍ଭେ ଉପରେ ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଥିଲେ । ସର୍ଭେ ବେଳେ ଜ୍ଞାନବାପି ମସଜିଦ ପରିସରରେ କୌଣସି କ୍ଷୟକ୍ଷତି ଯେପରି ନହୁଏ, ତା’ଉପରେ ଧାନ ରଖିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବାପି ମସଜିଦ ଅବସ୍ଥିତ ଥିବାବେଳେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ମସଜିଦ ପରିସରରେ ପୂଜାର୍ଚ୍ଚନା କରିବା ଲାଗି ଅନୁମତି ଦେବା ସକାଶେ ଏକ ନିମ୍ନକୋର୍ଟରେ କିଛି ମହିଳା ଆବେଦନ କରିବା ପରେ ଏହି ବିବାଦ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲା ।