ଜେଡିୟୁକୁ ବାଏ ବାଏ କହିଲେ ବରିଷ୍ଠ ରାଜନେତା ଉପେନ୍ଦ୍ର କୁଶୱାହା । ଜେଡିୟୁରେ ସେ ରହିଥିଲେ ମଧ୍ୟ ବିଭିନ୍ନ ବୟାନ ପାଇଁ ସେ ବିଦ୍ରୋହୀ ଭାବେ ଗଣାଯାଉଥିଲେ । ତଥାପି ସେ ଜେଡିୟୁର ସଂସଦୀୟ ବୋର୍ଡ ସଭାପତି ରହିଥିଲେ । ନୀତୀଶ କୁମାରଙ୍କ ସହ ବିବାଦ କାରଣରୁ ତାଙ୍କୁ ଦଳ ଛାଡ଼ିବାକୁ କୁହାଯାଇଥିଲା । ପ୍ରାଥମିକ ଅବସ୍ଥାରେ ଦଳ ଛାଡ଼ିବା ସପକ୍ଷରେ ନଥିବା କୁଶୱାହା ଆଜି ଶେଷରେ ଜେଡିୟୁକୁ ଅଲବିଦା କହିଛନ୍ତି । ସେ ଜେଡିୟୁ ସହ ସବୁ ସମ୍ପର୍କଚ୍ଛିନ୍ନ କରୁଥିବା ଘୋଷଣା କରିଛନ୍ତି । ଏଥିସହ ରାଷ୍ଟ୍ରୀୟ ଲୋକ ଜନତା ଦଳ ନାଁରେ ସେ ନୂଆ ରାଜନୈତିକ ସଂଗଠନ ଗଠନ କରିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, “ଆମେ ନୂଆ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ । ଆମ ଦଳର ନାଁ ରାଷ୍ଟ୍ରୀୟ ଲୋକ ଜନତା ଦଳ ରହିବ।
More Stories
ମହିଳା କନଷ୍ଟେବଳ ହେଲେ ଦୁଷ୍କର୍ମର ଶିକାର
କାହିଁକି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ?
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ