The Topmost

“The eyes believe themselves, the ears believe other people.”

ଜେଏନୟୁରେ ଧାରଣା ମନା

ଏଣିକି ଜେଏନୟୁରେ ଧାରଣା ମନା । ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ କଲେ ଗଣିବାକୁ ପଡ଼ିବ ତଣ୍ଡ । ଧାରଣା ଦେଲେ ଗଣିବେ ୨୦,୦୦୦ ଟଙ୍କା ଫାଇନ୍ । ଦେଶର ପ୍ରତିଷ୍ଠିତ ତଥା ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଧାରଣା ମନା । ଧାରଣା ଦେଲେ ପିଲାଙ୍କୁ ୨୦,୦୦୦ ଟଙ୍କା ଜରିମାନା ସହ ଆଡମିଶନ ମଧ୍ୟ ବାତିଲ କରାଯାଇପାରେ । ସେହିପରି ହିଂସାକାଣ୍ଡ ଘଟାଇଲେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ଜେଏନୟୁରେ ବାରମ୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣା ଓ ଆନ୍ଦୋଳନ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏଭଳି କଠୋର ନିୟମ ଆଣିଛନ୍ତି । ଯାହାକୁ ନେଇ ବିବାଦ ମଧ୍ୟ ଉପୁଜିଛି । କଲେଜରେ ଶୃଙ୍ଖଳା ଏବଂ ଅନୁଶାସନ ଏବଂ ଛାତ୍ରଛାତ୍ରୀଙ୍କର ସଠିକ୍‌ ଆଚରଣ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୦ ପୃଷ୍ଠାର ଅନୁଶାସନ ନିୟମ ପ୍ରଣୟନ କରାଯାଇଛି ।