ଜୁନ୍ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ଉଡିବ ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ମେ ୧୫ରେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ କରିବା ନେଇ ଟିକେଟ୍ ବୁକିଂ ଆରମ୍ଭ କରିଥିବାବେଳେ ଖୁବ୍ ଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକ୍ ନେଇ ବୁକିଂ ଆରମ୍ଭ କରିବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ଜୁନ୍ ୩ରୁ ସପ୍ତାହକୁ ଦୁଇଦିନ ଲେଖାଏଁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ଉଡ଼ାଣ ଆରମ୍ଭ କରିବ । ବିମାନଟି ମଙ୍ଗଳବାର ଓ ଶନିବାର ଅପରାହ୍ନ ୩ଟା ୩୦ରେ ସିଙ୍ଗାପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିବାକୁ ଥିବାବେଳେ ଏଠାରୁ ସଂଧ୍ୟା ୬ଟା ୨୫ରେ ସିଙ୍ଗାପୁର ଅଭିମୁଖେ ଉଡ଼ାଣ କରିବ । ସେହିପରି ମଙ୍ଗଳବାର ଓ ଶନିବାର ଅପରାହ୍ନ ୪ଟା ୫୦ରେ ଭୁବନେଶ୍ବରୁ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ କରିବାକୁ ଥିବାବେଳେ ବ୍ୟାଙ୍କକ୍ରୁ ବୁଧବାର ଓ ରବିବାର ଭୁବନେଶ୍ବର ଆସିବ । ଏଠାରେ ସଂଧ୍ୟା ୬ଟା ୫୫ରେ ଅବତରଣ କରିବ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରୀମନ୍ଦିର କ୍ୟାଲେଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ