August 12, 2025
bacteria

ଜୀବନ୍ତ ବ୍ୟାକ୍ଟେରିଆରେ ତଥ୍ୟ ସଂରକ୍ଷଣ

ଆଜିକାଲିର କମ୍ପ୍ୟୁଟର ଯୁଗରେ ଡାଟା ସଂରକ୍ଷଣ କରିବା ପାଇଁ ଅନେକ ପ୍ରକାରର ଉପକରଣ ବାହାରିଲାଣି। ପ୍ରତିଦିନ ବୈଜ୍ଞାନିକ ମାନେ ନୂତନ ନୂତନ ଯନ୍ତ୍ରାଂଶ ଉଦ୍ଭାବନ କରିବାରେ ଲାଗିଛନ୍ତି। ତେବେ ତଥ୍ୟ ସଂରକ୍ଷଣ ଦିଗରେ ବୈଜ୍ଞାନିକମାନେ ଆଉ ଏକ ପାଦ ଆଗେଇଛନ୍ତି। ବର୍ତ୍ତମାନ ଜୀବନ୍ତ ଶରୀରର ଡିଏନ୍ଏରେ ତଥ୍ୟ ସରଂକ୍ଷିତ କରାଯାଇପାରିବ। ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଜୀବନ୍ତ ବ୍ୟାକ୍ଟେରିଆର ଡିଏନ୍ଏରେ ତଥ୍ୟ ସଂରକ୍ଷଣ କରାଯିବା ନେଇ ବୈଜ୍ଞାନିକମାନେ କାମ ଆରମ୍ଭ କରିଛନ୍ତି। ସାଧାରଣତଃ ଆମେ କ୍ୟାସେଟ, ଫ୍ଲପି ଡିସ୍କ, ହାଡ ଡ୍ରାଇଭ୍ ଆଦିରେ ତଥ୍ୟ ସଂରକ୍ଷଣ କରିଥାଉ। ଏ ସମସ୍ତ ଗୋଟିଏ ଗୋଟିଏ ନିର୍ଜିବ ଯନ୍ତ୍ରାଂଶ। ହେଲେ ବର୍ତ୍ତମାନ ବୈଜ୍ଞାନିକମାନେ ବ୍ୟାକ୍ଟେରିଆର ଡିଏନ୍ଏରେ ଏହାକୁ ସଂରକ୍ଷଣ କରିବେ। ଏଭଳି ପଦକ୍ଷେପ ପଛରେ ଅନେକ କାରଣ ରହିଛି। ଏକ ଜୀବନ୍ତ ବ୍ୟାକ୍ଟେରିଆର ଡିଏନ୍ଏର ଘନତ୍ୱ ଗୋଟିଏ କମ୍ପାକ୍ଟ ଡିସ୍କ ଠାରୁ ଏକ ହଜାର ଗୁଣା ଅଧିକ। ଏଥିରେ ପ୍ରାୟ ୧୦ଟି ସିନେମା ଷ୍ଟୋର ହୋଇ ରହିପାରିବ। ଆଗକୁ ଡିଏନ୍ଏରେ ତଥ୍ୟ ସଂରକ୍ଷିତ କରିବା ଶସ୍ତା ମଧ୍ୟ ହେବ। ତେବେ ଡିଏନ୍ଏରେ ତଥ୍ୟ ରଖିବା ଏତେ ସହଜ ମଧ୍ୟ ନୁହେଁ। ଏଥିପାଇଁ ବୈଜ୍ଞାନିକଙ୍କୁ ସମସ୍ତ ବାଇନାରି ଡାଟାକୁ ମଲିକୁଲ୍ସରେ ପରିଣତ କରିବାକୁ ହେବ। ଏହାପରେ ସେଗୁଡିକ ଡିଏନ୍ଏରେ ସଂରକ୍ଷିତ ହୋଇପାରିବ। ଏହାପରେ ପ୍ରତି ଡାଟାର ଇନ୍ଡେକ୍ସ ନମ୍ବର ରହିବ ଯାହା ତାକୁ ଖୋଜିବାରେ ସହାୟକ ହେବ। ଏହା ଉପରେ ବର୍ତ୍ତମାନ ଅଧିକ ଗବେଷଣା ଜାରି ରହିଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

live bacteria @thetopmost-01

https://thetopmost.in/?p=1674

https://thetopmost.in/?p=1537

https://thetopmost.in/?p=1764

SHARE BY