The Topmost

“The eyes believe themselves, the ears believe other people.”

ଜିହାଦ ସହ ଭଗବାନ କୃଷ୍ଣ ଓ ଭଗବଦ ଗୀତାକୁ ଯୋଡ଼ିଲେ ପାଟିଲ

ବରିଷ୍ଠ କଂଗ୍ରେସ ନେତା ଶିବରାଜ ସିଂ ପାଟିଲଙ୍କ ବିବାଦୀୟ ବୟାନ । ତେବେ ଏହି ବୟାନକୁ ନେଇ ବଡ଼ ଧରଣର ବିବାଦ ଦେଖାଦେଇଛି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଜିହାଦ ସହ ଭଗବାନ କୃଷ୍ଣ ଓ ଭଗବଦ ଗୀତାକୁ ଯୋଡ଼ି ବିବାଦୀୟ ବୟାନ ଦେଇଛନ୍ତି । ନିଜ ମନ୍ତବ୍ୟରେ ପାଟିଲ କହିଛନ୍ତି ଯେ, ମହାଭାରତ ଯୁଦ୍ଧ ବେଳେ କୃଷ୍ଣ ଅର୍ଜୁନଙ୍କୁ ଜିହାଦର ଶିକ୍ଷା ଦେଉଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋହସିନା କିଦୱାଇଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଶିବରାଜ ପାଟିଲ ଭାଷଣ ଦେଉଥିଲେ । ସେହି କାର୍ଯ୍ୟକ୍ରମରେ ଶଶୀ ଥରୁର, ଫାରୁକ ଅବଦୁଲ୍ଲା, ସୁଶୀଲ କୁମାର ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ । ଶିବରାଜଙ୍କ ଏହି ମନ୍ତବ୍ୟ ପରେ ତାଙ୍କୁ ଜୋରଦାର ସମାଲୋଚନା କରିଛି ବିଜେପି । ଦଳୀୟ ମୁଖପାତ୍ର ଶେହଜାଦ ପୁନାୱାଲା ପାଟିଲ ଓ କଂଗ୍ରେସକୁ ସମାଲୋଚନା କରି ପ୍ରତିକ୍ରିୟା ରଖିଛନ୍ତି ।