ମହଙ୍ଗା ମାଡ଼ରୁ ନାହିଁ ନିସ୍ତାର । ଏବେ ଜିରା ହେଲାଣି ହୀରା । ପନିପରିବା ଦର ଖାଉଟିଙ୍କ ଉପରେ ଚଡ଼କ ପକାଇଥିବା ବେଳେ ଏବେ ଚିନ୍ତାରେ ପକାଇଛି ଛୁଙ୍କ । ଜିରା କେଜି ହଜାରେ ଟଙ୍କାରେ ପହଞ୍ଚିଛି । ୧୫ଦିନ ତଳେ ଜିରା ଦର ୫୫୦ଟଙ୍କା ଥିଲା । ଦୁଇ ଦିନ ତଳେ ୭ଶହ ଛୁଇଁଥିଲା । ଜିରା ଦର କେଜି ପ୍ରତି ହଜାରେ ଥିବାରୁ ଖାଉଟିଙ୍କ ନିଦ ହଜିଛି । ଟମାଟୋ ଶତକ ମାରିବା ପରେ ଅଦା, ରସୁଣ ଦର ବି ରେକର୍ଡ ଟପିଥିଲା । ଏବେ ବେଡି ଉପରେ କୋରଡ଼ା ସଦୃଶ ହୋଇ ସବୁ ରେକର୍ଡ ବ୍ରେକ୍ କରିଛି ଜିରା ଦର । ଖୁଚୁରା ବଜାରରେ ଜିରା କିଲୋ ପିଛା ହଜାରେ ଟଙ୍କାରେ ପହଞ୍ଚିଛି । ଗୁଜୁରାଟ ଓ ରାଜସ୍ଥାନରୁ ଯୋଗାଣ କମିଥିବାରୁ ଦର ବଢ଼ିଥିବା କୁହାଯାଉଛି । ପାଣିପାଗ ବିଗିଡ଼ିବାରୁ ଜିରା ଉତ୍ପାଦନ ପ୍ରଭାବିତ ହୋଇଛି । ସେପଟେ ବ୍ୟବସାୟୀ ସଂଘ କେନ୍ଦ୍ରର କର୍ପୋରେଟ୍ ପ୍ରୀତିକୁ ଦାୟୀ କରିଛି । ଘରୋଇ ବଜାର ଚାହିଦାକୁ ଆଖିବୁଜି ଚାଇନା ଓ ବାଂଲାଦେଶକୁ ଜିରା ରପ୍ତାନି କରାଯାଉଛି । ଫଳରେ ଯୋଗାଣ ଚାହିଦା ଜନିତ ସମସ୍ୟା ଲାଗି ବଜାରରେ ଏବେ ଜିରା ମହଙ୍ଗା ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ