ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସର ଅଭିଯୁକ୍ତ ଆଫତାବ୍ ନିଜ ଜାମିନ ଆବେଦନକୁ ଫେରାଇ ନେଇଛି । ଆଫତାବଙ୍କ ଓକିଲ ଆଜି ଏହି ସୂଚନା ଦେଇଛନ୍ତି । ଆଫତାବଙ୍କ ସହ ୫୦ ମିନିଟ ଧରି ଆଲୋଚନା ପରେ ନିଜ ଜାମିନ୍ ଆବେଦନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିଲା ଆଫତାବ । ଏହାପୂର୍ବରୁ ଡିସେମ୍ବର ୧୭ରେ ସାକେତ କୋର୍ଟସ୍ଥିତ ଅତିରିକ୍ତି ସେସନ୍ ଜଜ୍ ବୃନ୍ଦା କୁମାରୀଙ୍କ ନିକଟରେ ଅଫତାବକୁ ଭିଡିଓ କନଫରେନ୍ସ ଜରିଆରେ ହାଜର କରାଯାଇଥିଲା। ଏହି ସମୟରେ ଅଫତାବ କୋର୍ଟଙ୍କୁ କହିଥିଲା ଯେ, ସେ ନିଜ ପାଇଁ ଜାମିନ ଆବେଦନ କରିବାକୁ ଚାହୁଁ ନାହିଁ କି ସେ କୌଣସି ଜାମିନ ଆବେଦନ କରିନାହିଁ। ଏହା ତା’ର ଓକିଲଙ୍କ ତରଫରୁ କରାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ