The Topmost

“The eyes believe themselves, the ears believe other people.”

ଜାପାନକୁ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତୀୟ ହକି ଦଳ

ଏସିଆନ ଗେମ୍ସରେ ଜାପାନକୁ ହରାଇ ଭାରତର ସ୍ବର୍ଣ୍ଣିମ ବିଜୟ । ଐତିହାସିକ ବିଜୟ ସହିତ ସୁନା ଜିତିଛି ଭାରତୀୟ ପୁରୁଷ ହକି ଦଳ । ଜାପାନକୁ ୫-୧ ଗୋଲରେ ହରାଇ ଚତୁର୍ଥ ଥର ପାଇଁ ଗୋଲ୍ଡ ହାତେଇଛି ଭାରତ । ପୂର୍ବରୁ ଟିମ୍ ଇଣ୍ଡିଆ ୧୯୬୬, ୧୯୯୮ ଏବଂ ୨୦୧୪ରେ ଗୋଲ୍ଡ ଜିତିଥିଲା । ତେବେ ମ୍ୟାଚ ଆରମ୍ଭରୁ ଭାରତ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲା । ପ୍ରଥମ କ୍ବାର୍ଟରରେ କୌଣସି ଦଳ ଗୋଲ ଦେଇପାରିନଥିବାବେଳେ ଦ୍ବିତୀୟ କ୍ବାର୍ଟରରେ ଗୋଲ ଦେଇ ବିଜୟ ଆଡକୁ ପାଦ ବଢାଇଥିଲା ଭାରତ । ପ୍ରଥମେ ଦ୍ବିତୀୟ କ୍ବାର୍ଟରରେ ମନପ୍ରୀତ ଦେଇଥିଲେ ଗୋଲ୍। ଏହାପରେ ଅଧିନାୟକ ହରମନପ୍ରୀତ ସିଂ ଆଉ ଗୋଟିଏ ଗୋଲ ଦେଇଥିଲେ । ପରେ ଓଡ଼ିଆ ପୁଅ ଅମିତ ରୋହିଦାସ ଏବଂ ଅଭିଷେକ ଗୋଲ ଦେଇଥିବାବେଳେ ଶେଷରେ ପୁଣିଥରେ ଅଧିନାୟକ ହରମନପ୍ରୀତ ଗୋଲ ଦେଇ ଭାରତର ସୁନା ଆଶାକୁ ପକ୍କା କରିଥିଲେ । ଶେଷରେ ଚିମ୍ ଇଣ୍ଡିଆ ୫-୧ଗୋଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହା ସହିତ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି ।