ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ୩ରୁ ୯ ରହିଛି ନବୀନଙ୍କ ଗସ୍ତ ସୂଚୀ । ଜାପାନର ରାଜଧାନୀ ଟୋକିଓ, କ୍ୱୋଟୋ ଏବଂ ଓସାକାରେ ବ୍ୟବସାୟିକ ସମ୍ମିଳନୀ ହେବ । ଏହି ସମ୍ମିଳନୀରେ ନବୀନ ଯୋଗ ଦେବେ । ରାଜ୍ୟକୁ ପୁଞ୍ଜି ନିବେଶ ଆଣିବାକୁ ନବୀନ ଏହି ଗସ୍ତ କରୁଥିବାବେଳେ ଏହି ସମ୍ମିଳନୀକୁ ଅନେକ ପୁଞ୍ଜି ନିବେଶକାରୀ ଆସିବାର ଯୋଜନା ରହିଛି । ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶା ସମ୍ମିଳନୀରେ ଜାପାନ ଗୋଟିଏ ପ୍ରମୁଖ ଅଂଶଗ୍ରହଣକାରୀ ଦେଶ । ନିକଟରେ ହୋଇଥିବା ଏହି ସମ୍ମିଳନୀରେ ଜାପାନରୁ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଏହି ଗସ୍ତ ସମୟରେ ଉଭୟ ଜାପାନ ଏବଂ ଓଡିଶା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜବୁତ ହେବ ବୋଲି ସୂଚନା ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା