The Topmost

“The eyes believe themselves, the ears believe other people.”

ଜାତିସଂଙ୍ଘରେ ଋଷ ବିରୋଧରେ ପ୍ରସ୍ତାବ ପାରିତ

ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ ରହିଛି । ମୋଟ ୧୪୧ ଜଣ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ୭ଟି ଦେଶ ଏହାକୁ ବିରୋଧ କରିଥିଲେ । ଆଉ ଭାରତ, ଚୀନ ସମେତ ୩୨ ଦେଶ ଭୋଟ ଦେବାକୁ ନିବୃତ ରହିଥିଲେ । ୟୁକ୍ରେନର ନିବେଦନ ସତ୍ୱେ ଭାରତ ଏହି ପ୍ରସ୍ତାବରୁ ନିଜକୁ ଦୁରେଇ ରଖିଛି । ଦୁଇ ଦେଶ କୁଟନୀତି ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନର ବାଟ ବାହରକରିବାକୁ ପ୍ରସ୍ତାବ ଦେଇଛି ଭାରତ । ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଇଗୁ ପାଶ୍ଚାତ୍ୟ ଦେଶଗୁଡିକୁ ଅଭିଯୁକ୍ତ ସଜାଇଛନ୍ତି । ୟୁକ୍ରେନକୁ ଢାଲ କରି ପାଶ୍ଚାତ୍ୟ ଦେଶଗୁଡିକୁ ଋଷିଆକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ପାଶ୍ଚାତ୍ୟ ଦେଶମାନଙ୍କୁ ଏଭଳି ଚେଷ୍ଟା କେବେ ସଫଳ ହେବନି ବୋଲି କହିଛନ୍ତି ସେରଗେଇ ।