The Topmost

“The eyes believe themselves, the ears believe other people.”

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ରୁଚିରା କମ୍ବୋଜ୍‌

ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ରୁଚିରା କମ୍ବୋଜ୍‌ । ଏନେଇ ସେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ନିକଟରେ ନିଜର କାଗଜପତ୍ର ଦାଖଲ କରିଛନ୍ତି । ନ୍ୟୁୟର୍କରେ ଥିବା ଜାତିସଂଘର ମୁଖ୍ୟାଳୟରେ ପ୍ରତିନିଧି ଭାବେ ଦାୟିତ୍ବ ଗ୍ରହଣ କରିବ ରେ ରୁଚିରା ହେଉଛନ୍ତି ଭାରତର ପ୍ରଥମ ମହିଳା । ୫୮ ବର୍ଷୀୟ ରୁଚିରା ହେଉଛନ୍ତି ୧୯୮୭ ବ୍ୟାଚ୍‌ର ‘ଇଣ୍ଡିଆନ୍‌ ଫରେନ୍‌ ସର୍ଭିସ୍‌ ଅଫିସର୍‌’। ପୂର୍ବରୁ ସେ ଭୁଟାନ୍‌ରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ । ଏହାଛଡ଼ା, ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ସେ ଜାତିସଂଘରେ ଭାରତର ସ୍ଥାୟୀ ମିସନ୍‌ର କାଉନ୍‌ସେଲର୍‌ ଭାବେ କାର୍ଯ୍ୟ କରିଥିଲେ । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି. ଏସ୍‌. ତରୁମୂର୍ତ୍ତି ସ୍ଥାନରେ ଗତ ଜୁନ୍‌ ମାସରେ ରୁଚିରାଙ୍କୁ ନିଯୁକ୍ତି ମିଳିଥିଲା ।