The Topmost

“The eyes believe themselves, the ears believe other people.”

ଜାଣନ୍ତୁ ରାକ୍ଷୀ ସ୍ବାଓ୍ବନ୍ତଙ୍କ କାହାଣୀ

ବଲିଉଡର ଡ୍ରାମା କୁଇନଭାବେ ଜଣାଶୁଣା ରାକ୍ଷୀ ସ୍ବାଓ୍ବନ୍ତ । ସେ ସବୁବେଳେ ଗଣମାଧ୍ୟମରେ ହେଡଲାଇନ ପାଲଟିଥାନ୍ତି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ରାକ୍ଷୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ସ୍ବାମୀ ଆଦିଲଙ୍କ ସହ ବିବାଦକୁ ନେଇ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛନ୍ତି । ଅଭିନେତ୍ରୀ ରାକ୍ଷୀ ସ୍ବାଓ୍ବନ୍ତ ୩୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି । ଅନେକ ବିଳାସପୂର୍ଣ୍ଣ ଗାଡ଼ି ସହ ରାକ୍ଷୀଙ୍କର ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ ଏବଂ ମୁମ୍ବାଇରେ ଏକ ବଙ୍ଗଳା ମଧ୍ୟ ରହିଛି ।

କୋଟି କୋଟି ଟଙ୍କାର ମାଲିକାଣୀ ବନିଥିବା ରାକ୍ଷୀ ଗରିବୀକୁ ଅତି ପାଖରୁ ଦେଖିଛନ୍ତି । ଦିନେ ତାଙ୍କ ପାଖରେ ଖାଇବା ପାଇଁ ନଥିଲା, ମା ପରଘରେ ମୂଲ ଲାଗି ତାଙ୍କୁ ବଢ଼ାଇଥିବା ରାକ୍ଷୀ ନିଜେ ଅନେକ ଆଲୋଚନା ସମୟରେ କହିଛନ୍ତି । ରାକ୍ଷୀ ମାତ୍ର ୧୧ ବର୍ଷ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ମାତ୍ର ୫୦ ଟଙ୍କା ପାରିଶ୍ରମିକ ପାଇଥିଲେ । ମାତ୍ର ପରେ ସଂଘର୍ଷ ଜାରି ରଖି ବଲିଉଡରେ ଏଣ୍ଟ୍ରି କରିପାରିଛନ୍ତି । ’ମେଁ ହୁଁ ନାଁ’ ଭଳି ବଲିଉଡର ସଫଳ ଫିଲ୍ମରେ ଅଭିନୟ କରିଛନ୍ତି ରାକ୍ଷୀ । ଏହା ସହିତ ରାଖୀ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ ଛୋଟ ପରଦାରେ ମଧ୍ୟ ନଜର ଆସିଛନ୍ତି । ବହୁ ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍ ବସ୍’ରେ ମଧ୍ୟ ସେ ନଜର ଆସିଥିଲେ । ଏହି ଶୋରେ ଯୋଗଦେବା ପାଇଁ ବହୁ ଟଙ୍କା ପାଇଛନ୍ତି ରାକ୍ଷୀ । ଏସବୁ ବ୍ୟତୀତ ରାକ୍ଷୀ ଅନେକ ବିଜ୍ଞାପନ, ବ୍ରାଣ୍ଡ ପ୍ରମୋସନ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ବହୁତ ରୋଜଗାର କରନ୍ତି ।