The Topmost

“The eyes believe themselves, the ears believe other people.”

ଜମ୍ମୁ-କାଶ୍ମୀରରେ ନିର୍ବାଚନ କମିଶନଙ୍କ ବଡ ଘୋଷଣା

ଜମ୍ମୁ-କାଶ୍ମୀରରେ ନିର୍ବାଚନ କମିଶନଙ୍କ ବଡ ଘୋଷଣା । ବାହାର ରାଜ୍ୟ ଲୋକେ ମଧ୍ୟ ଏଠାରେ ଦେଇପାରିବେ ଭୋଟ । ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହୋଇପାରେ । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର ନିର୍ବାଚନରେ ନିଜର ମତଦାନ କରିପାରିବେ । ତେଣୁ ସେମାନେ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଆବାସ ପ୍ରମାଣପତ୍ରର ଆବଶ୍ୟକତା ନାହିଁ । କେବଳ ଏତିକି ନୁହେଁ ଜମ୍ମୁ-କାଶ୍ମୀରର ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀମାନେ ମଧ୍ୟ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ ।

SHARE BY