ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ହମଲା । ଗ୍ରେନେଡ ଜରିଆରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଆଜି ଧାରା ୩୭୦ ଉଚ୍ଛେଦକୁ ୩ ବର୍ଷ ପୂର୍ତି ହୋଇଛି । ଏହା ପୂର୍ବରୁ ଆତଙ୍କବାଦୀ ମାନେ ଏପରି ଏକ ଆକ୍ରମଣ କରିଛନ୍ତି । ପୁଲିସ ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛି । ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିଚୟ ମଧ୍ୟ ମିଳିଛି । ଏହି ଆକ୍ରମଣରେ ଯେଉଁମାନେ ଆହତ ହୋଇଛନ୍ତି ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ୨ ଜଣ ବିହାର ରାମପୁରର ହୋଇଥିବାବେଳେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
More Stories
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା
ଶାସନକୁ ଆସୁ ଆସୁ ୩୭୦ ଉପରେ ଟାର୍ଗେଟ୍
ହରିୟାଣାରେ ଧର୍ମେନ୍ଦ୍ରଙ୍କୁ ବଡ ଦାୟିତ୍ବ