ଜନସଂଖ୍ୟାରେ ଭାରତ ନମ୍ବର ଓ୍ବାନ । ଦୁନିଆରେ ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ ହୋଇଛି ଭାରତ । ଜାତିସଂଘ ପକ୍ଷରୁ ବିଶ୍ବ ଜନସଂଖ୍ୟାକୁ ନେଇ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଚୀନ ତୁଳନାରେ ଭାରତରେ ୨୦ଲକ୍ଷ ଅଧିକ ଲୋକ ରହିଛନ୍ତି । ଏହି ରିପୋର୍ଟ ଆଧାରରେ ଭାରତର ଜନସଂଖ୍ୟା ୧୪୦ କୋଟି ପାର କରିଛି । ସେପଟେ ଚୀନରେ ଲଗାତାର ଜନ୍ମହାର କମୁଥିବା ବେଳେ ଚଳିତବର୍ଷ ଏହା ମାଇନସରେ ରେକର୍ଡ ହୋଇଛି । ଚୀନର ଜନସଂଖ୍ୟା ୧୪ଶହ ୨୫ ଦଶମିକ ୭ ମିଲିୟନ ଥିବା ବେଳେ ଭାରତରେ ଏହା ୧୪ଶହ ୨୮ ଦଶମିକ ୬ ମିଲିୟନ ହୋଇଛି । ୨୦୨୨ ତୁଳନାରେ ୨୦୨୩ରେ ଭାରତର ଜନସଂଖ୍ୟା ୦.୮୧ ପ୍ରତିଶତ ବୃଦ୍ଧି ପାଇଛି । ୧୯୫୦ ମସିହା ପରେ ପ୍ରଥମ ଥର ଲାଗି ଭାରତର ଜନସଂଖ୍ୟା ଚୀନକୁ ଟପିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ