ଖେମାସୁଲି ଓ କୁସ୍ତାୱର ଷ୍ଟେସନରେ ଜନ ଆନ୍ଦୋଳନ । ଏନେଇ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା ୧୨ଟି ଟ୍ରେନ୍ ଆଜି ପାଇଁ ବାତିଲ୍ ହୋଇଛି । ସେଗୁଡ଼ିକ ହେଲା ଭିଲ୍ଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ୍(୨୨୬୦୬), ତମ୍ବାରାମ୍-ଯଶିଢ଼ିହି ଏକ୍ସପ୍ରେସ୍(୧୨୩୭୫), ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍(୧୨୮୦୧), ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍(୧୨୮୦୨), ଟିଟିଲାଗଡ଼-ହାୱଡା ଇସ୍ପାତ୍ ଏକ୍ସପ୍ରେସ୍(୧୨୮୭୧), ହାୱଡା-କଣ୍ଟାବାଂଝି ଇସ୍ପାତ୍ ଏକ୍ସପ୍ରେସ୍(୨୨୮୬୨), ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ୍(୧୮୦୦୬), ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍(୧୮୦୦୫), ନୂଆଦିଲ୍ଲୀ-ପୁରୀ ରାଜଧାନୀ ଏକ୍ସପ୍ରେସ୍(୨୨୮୨୪), ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍(୨୦୮୧୭) ଏବଂ ଅଲ୍ଲିପି-ଧାନବାଦ ଏକ୍ସପ୍ରେସ୍(୧୩୩୫୨)। ଏହାବ୍ୟତୀତ ଆସନ୍ତା ୯ ତାରିଖ ପାଇଁ ମୁମ୍ବାଇ ଏଲ୍ଟିଟି-ପୁରୀ ଏକ୍ସପ୍ରେସ୍(୧୨୧୪୫), ୧୧ ତାରିଖରେ ପୁରୀ-ଏଲ୍ଟିଟି ଏକ୍ସପ୍ରେସ୍(୧୨୧୪୬), ୧୦ ତାରିଖରେ ନ୍ୟୁ ତିନ୍ସୁକିଆ-ତମ୍ବାରାମ୍ ଏକ୍ସପ୍ରେସ୍(୧୫୯୩୦), ୭ ତାରିଖରେ ସିଲଘାଟ ଟାଉନ୍-ତମ୍ବାରାମ୍ ଏକ୍ସପ୍ରେସ୍(୧୫୬୩୦), ୧୦ ତାରିଖରେ ତମ୍ବାରାମ୍-ସିଲଘାଟ ଏକ୍ସପ୍ରେସ୍(୧୫୬୨୯) ବାତିଲ୍ ହୋଇଛି। ୮ ତାରିଖରେ ପୁରୀ-ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ (୧୮୪୭୭/୧୮୪୭୮) ଉଭୟ ପାର୍ଶ୍ବରୁ ସମ୍ବଲପୁର ସିଟି-ଝାରସୁଗୁଡ଼ା ରୋଡ-ଆଇବି ଷ୍ଟେସନ ଦେଇ ଚଳାଚଳ କରିବ ବୋଲି ପୂର୍ବତଟ ରେଳପ୍ ପକ୍ଷରୁ ସୂଚନା ଦିଆଯାଇଛି।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି