The Topmost

“The eyes believe themselves, the ears believe other people.”

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା

ଛତିଶଗଡରେ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଲେ ବିଏସଏଫ୍ ଯବାନ । ବିଜେପି ନେତାଙ୍କୁ ହତ୍ୟାର 24 ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଉଡାଇ ଦେଇଛନ୍ତି ବିଏସଏଫ୍ ଟିମ୍ । ଗତକାଲି ନାରାୟଣପୁରରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ନକ୍ସଲ । ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଛତିଶଗଡର କାଙ୍କେର ଜିଲ୍ଲାର ଅନ୍ତଗଡ ଅଞ୍ଚଳରେ ବିଏସଏଫ୍ ଜବାନଙ୍କ ଏକ ଟିମ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କ୍ଷୟକ୍ଷତିର ସୂଚନା ମିଳିନଥିଲେ ମଧ୍ୟ ନକ୍ସଲଙ୍କ ସମସ୍ତ କ୍ୟାମ୍ପକୁ ଧ୍ୱଂସ କରିଦେଇଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ପୁଲିସ ଏବଂ ବିଏସଏଫ ଫୋର୍ସ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ସେପଟେ, ଛତିଶଗଡର ସୁକମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ଜଣେ ମାଓବାଦୀ ମୃତ ହୋଇଥିବା ବେଳେ 4 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ପୁଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜୁଥିବା ସମୟରେ ବିସ୍ଫୋରଣ ଘଟିଛି।