ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳିବିନିମୟ । ଛତିଶଗଡ଼ରେ ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହୋଇଛି । ବିଜାପୁର ଜଙ୍ଗଲରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଘଟଣାରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ବିଜାପୁର ଏସପି ସୂଚନା ଦେଇଛନ୍ତି । ସିଆରପିଏଫ, ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ଏନକାଉଣ୍ଟରରେ ୩ ନକ୍ସଲ ପ୍ରାଣ ହରାଇଛନ୍ତି । ବିଜାପୁର ଜଙ୍ଗଲରେ ନକ୍ସଲ ଥିବା ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ