ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ । ଭାରତୀୟ ସେନା ପୁଣି ଏଲ୍ଏସିରେ ଚୀନ୍ର ଷଡଯନ୍ତ୍ରକୁ ବିଫଳ କଲା । ଏହି ସଂଘର୍ଷର ସାଟେଲାଇଟ୍ ଚିତ୍ର ଏବେ ସାମ୍ନାକୁ ଆସିଛି । ତୱାଙ୍ଗ ସେକ୍ଟରରେ ଚୀନ୍ ବସାଇଥିବା ଗାଁର ଫଟୋ ଏଥିରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଆର ପାଶ୍ୱର୍ରେ ଚୀନ୍ ସେନା ଏକ ସଡକ ମଧ୍ୟ ତିଆରି କରିଥିବା ଫଟୋରେ ନଜର ଆସିଛି । ପିଏଲ୍ଏ ଯୋଜନାବଦ୍ଧ ରୂପେ ଏଠାରେ ବିବାଦ ସୃଷ୍ଟି କରିଥିଲା। ଚୀନ୍ର ପାଖାପାଖି ୩୦୦ ସୈନ୍ ଜୋରଜବରଦସ୍ତ ଧସେଇ ପଶି ୟାଙ୍ଗସ୍ତ ଅଞ୍ଚଳରେ ଥିବା ଭାରତୀୟ ସେନା ପୋଷ୍ଟକୁ ହଟାଇବାକୁ ଆକ୍ରମଣ କରିଥିଲା । ତେବେ ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ