The Topmost

“The eyes believe themselves, the ears believe other people.”

ଚୀନ୍ ବିରୋଧରେ କଡା ଆଭିମୁଖ୍ୟ

ଚୀନ୍ ଅନଲାଇନ୍ ଆପଗୁଡିକୁ ଭାରତର ପକ୍ଷରୁ ଜୋରଦାର ଝଟକା । ଏକାବେଳେ ୨୩୨ ଆପ୍ ବ୍ୟାନ କିମ୍ବା ବ୍ଲକ କରିବାକୁ ଭାରତ ଆରମ୍ଭ କଲା ପଦକ୍ଷେପ । ଏଥିରେ ରହିଛି ୧୩୮ଟି ବେଟିଂ ଆପ୍ ଓ ୯୪ଟି ଲୋନ୍ ଲେଣ୍ଡିଂ ଆପ୍ । ଏ ସବୁ ଆପର ଚୀନ ଲିଙ୍କ୍ ଥିବାରୁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବା ଆରମ୍ଭ କରିଛି ଭାରତ । ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟଠାରୁ ନିର୍ଦ୍ଦେଶ ପାଇବା ପରେ କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗତ ୬ ମାସ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୨୮ଟି ଚାଇନିଜ ଲୋନ୍ ଲେଣ୍ଡିଂ ଆପ୍ ଚିହ୍ନଟ କରି ତାହାର ସମୀକ୍ଷା କରିଥିଲା । ମାତ୍ର ପରେ ଜଣାପଡିଥିଲା ଯେ ଇ-ଷ୍ଟୋରରେ ୯୪ଟି ଲୋନ ଲେଣ୍ଡିଂ ଆପ୍ ରହିଛି ଓ ସେଗୁଡ଼ିକ ତୃତୀୟ ପକ୍ଷ ଲିଙ୍କରେ କାର୍ଯ୍ୟକାରୀ ହୋଇଥାଏ । ଏହି ବିପଦଜନକ ଆପଗୁଡିକ ଜରିଆରେ ବ୍ୟକ୍ତି ବିଶେଷଙ୍କୁ ବ୍ଲାକମେଲ କରାଯାଇଥାଏ । ସେମାନଙ୍କ ବହୁ ଗୋପନ ତଥ୍ୟ ହାସଲ କରାଯାଇଥାଏ ।