The Topmost

“The eyes believe themselves, the ears believe other people.”

ଚୀନରେ ବାତ୍ୟାର ତାଣ୍ଡବ

ସାଇକ୍ଲୋନ ସାଓଲା ଚାଇନାରେ ତାଣ୍ଡବ ରଚିଛି ।  ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶରେ ଘୁର୍ଣ୍ଣିବଳୟ ହେବା ଫଳରେ ଭୟଙ୍କର ପବନ  ସବୁକିଛି ଛାରଖାର କରିଛି । ଏହାର ଆଖପାଖ ହଂକଂ, ଶେନଜେନ୍ ଏବଂ ମାକାଉରେ ଏହାର ପ୍ରଭାବ ପଡିଛି | ୯ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛ । ବିଦ୍ୟୁତ୍ ଓ ଜଳ ସମସ୍ୟା ଉପୁଜିଛି । ହଂକଂ ଏବଂ ଅନ୍ୟାନ୍ୟ ପ୍ରଦେଶରେ ବିମାନ ଉଡ଼ାଣ ବାତିଲ କରାଯାଇଥିଲା, ସ୍କୁଲ ବନ୍ଦ ହୋଇଯାଇଥିଲା ଏବଂ ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଥିଲା । ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଘଣ୍ଟା ପ୍ରତି ୨୦୦ କିଲୋମିଟର ଥିଲା | ଗୁଆଙ୍ଗଡୋଙ୍ଗ ଏବଂ ଫୁଜିଆନ୍ ପ୍ରଦେଶରେ ସର୍ବାଧିକ କ୍ଷତି ଘଟିଛି। ଲ୍ୟାଣ୍ଡଫଲ ପର୍ବରୁ ସାଇକ୍ଲୋନ୍ ଦୁର୍ବଳ ହୋଇଯାଇଥିଲା। ଚାଇନାରେ ଅବତରଣ ପୂର୍ବରୁ ହଂକଂରେ ସାଇକ୍ଲୋନ ଗତି ଅତ୍ୟଧିକ ଥିଲା । ସହରର ପାଣିପାଗ ବିଭାଗ କହିଛି ଯେ ସହରର ଅନେକ ଅଞ୍ଚଳ ପାଣିରେ ବୁଡି ରହିଛି ।