The Topmost

“The eyes believe themselves, the ears believe other people.”

ଚୀନର ସ୍ଥିତି ଉପରେ ଭାରତର ନଜର

ଚୀନର ସ୍ଥିତି ଉପରେ ଭାରତ ନଜର ରଖିଛି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି । ଏମଇର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ଚୀନର ସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକ ମୁତାବକ ଦେଶମାନଙ୍କୁ ଚିକିତ୍ସା କ୍ଷେତ୍ରରେ ଭାରତ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଥିସହ ଯେଉଁ ଦେଶମାନଙ୍କରେ ଭାରତୀୟମାନେ ରହୁଛନ୍ତି ସେଠାକାର ଗାଇଡଲାଇନ ପାଳିବାକୁ ଅପିଲ କରିଛନ୍ତି ଅରିନ୍ଦମ ବାଗଚୀ । ଖୁବ ଶୀଘ୍ର ଟ୍ରାଭେଲ ଆଡଭାଇଜରୀ ଜାରି କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।